କୋରାପୁଟ ବିଧାୟକ ହେବା ପାଇଁ ବିଜେଡିରେ ବଢୁଛି ଆଶାୟୀଙ୍କ ସଂଖ୍ୟା

ଜୟପୁର: କୋରାପୁଟ ବିଧାନସଭା ଆସନରୁ ଲଢିବା ପାଇଁ  ବିଜେଡିରେ ଏବେ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦଳୀୟ ଟିକଟ ମିଳିଗଲେ ଜିତିବାର ସଂଭାବନା ଶିଖର ଛୁଇଁବ ବୋଲି ଆକଳନ କରିଛନ୍ତି ଆଶାୟୀ । ତେଣୁ ନିଜନିଜ ରାଜନୈତିକ ଓ ସାମାଜିକ କାର୍ଯ୍ୟକଳାପକୁ ବଢାଇ ଦେଇଛନ୍ତି ।  ଗାଁକୁ ଗାଁ  ବୁଲି ଦଳୀୟ କର୍ମୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ନିଜ ସପକ୍ଷକୁ ଟାଣିବା ଆରମ୍ଭ କରିଛନ୍ତି । ସେହିପରି  ପାର୍ଟି ଅଫିସରୁ ତୃତୀୟ ମହଲା ପର୍ଯ୍ୟନ୍ତ ନିଜକୁ ପହଁଚାଇବାକୁ ଉଦ୍ୟମ ଜାରି ରଖିଛନ୍ତି ।  ଆସନ୍ତୁ ନଜର ପକାବା ଆଶାୟୀଙ୍କ ତାଲିକାରେ ।

ଦଳୀୟ ଟିକଟ ପାଇଁ ରେସ୍ ରେ ରହିଥିବା 6 ଜଣ ଆଶାୟୀଙ୍କୁ ନେଇ ନିର୍ବାଚନ ମଣ୍ଡଳୀରେ ଚର୍ଚା ଜୋର ଧରିଛି । ବର୍ତମାନ ବିଧାୟକ ରହିଥିବା ରଘୁରାମ ପଡାଲ ପୁଣି ଥରେ ଦଳୀୟ ଟିକଟରେ ଲଢିବେ ବୋଲି ଦୃଢୋକ୍ତି ପ୍ରକାଶ କରୁଛନ୍ତି । 2009 ଓ 2019ରେ ବିଜେଡି ଟିକଟ ପାଇ ବିଜୟୀ ହୋଇଥିବା ରଘୁରାମ ନିଜ କାର୍ଯ୍କାଳ ଭିତରେ ଯଥେଷ୍ଟ ଜନହିତକର କାର୍ୟ୍ୟ କରିଛନ୍ତି ଓ ବିଭିନ୍ନ ଦୀର୍ଘ ଦିନର ସମସ୍ୟା ସରକାରଙ୍କ ନଜରକୁ ଆଣି ତାହାର ସମାଧନ କରାଇଛନ୍ତି ଏବଂ ଦଳୀୟ ଶୃଙ୍ଖଳା ଭିତରେ ରହଛନ୍ତି । ତେଣୁ ଦଳ ତାଙ୍କୁ ହିଁ ପ୍ରାର୍ଥୀ କରିବ ବୋଲି ସେ ବିଚାର କରୁଛନ୍ତି ।

ଅନ୍ୟପଟେ ବର୍ତମାନ ବିଧାୟକଙ୍କ ପ୍ରଦର୍ଶନ ଠିକ୍ ନାହିଁ ଓ ଜନତା ବିଡେକୁକୁ ଚହାଁଥିଲେ ବି ବିଧାୟକଙ୍କୁ ଚାହୁଁ ନଥିବା ଆକଳନ କରୁଚନ୍ତି  ଅନ୍ୟ ଆଶାୟୀ ପ୍ରାର୍ଥୀ  । ତେଣୁ ନିଜେ ପ୍ରାର୍ଥୀ ହେବା ପାଇଂ ବାହାରିଛନ୍ତି । 2014ରେ ବିଜେଡିର ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ରଘୁରାମ ମାଛ 2024 ନିର୍ବାଚନରେ ପୁଣି ପ୍ରାର୍ଥୀ ହେବା ନେଇ ଆଶା ବାନ୍ଧିଛନ୍ତି । ତୃଣମୂଳ ସ୍ତରରେ ନିଜ ସଂଗଠନ ରହିଛି ଓ ପ୍ରତି ଗାଁରେ ତାଙ୍କ ପ୍ରତି ଲୋକଙ୍କ ଆସ୍ଥା ରହିଥିବା ଯୁକ୍ତି କରନ୍ତି ରଘୁରାମ ।

ସେହିପରି କୋରାପୁଟ ସହରର ଜଣାଶୁଣା ବ୍ୟବସାୟୀ ତଥା ସମାଜସେବୀ ଟି କିରଣକୁମାର ଦଳୀୟ ପରିଧିରେ ରହି ନିଜକୁ ପ୍ରସ୍ତୁତ କରୁଛନ୍ତି । ବିଭିନ୍ନ ସଂଗଠନ ସହିତ ଯୋଡି ହୋଇ ଜନ ମଙ୍ଗଳ କାର୍ୟ୍ୟ କରି ଦଳୀୟ ନେତାଙ୍କ ଗୁଡ୍ ବୁକ୍ ରେ ଅଛନ୍ତି । କୋରାପୁଟ ପୌର ନିର୍ବାଚନ ବେଳେ ଦଳ ତାଙ୍କ ଅଧ୍ୟକ୍ଷ ପ୍ରାର୍ଥୀ କରିବ ବୋଲି ପ୍ରତିଶୃତି ଦେଇଥିଲା । କିନ୍ତୁ କୌଣସି କାରଣରୁ ତାହା ହୋଇ ପାରିନଥିଲା । ହେଲେ ଏବେ ଦଳ ତାଙ୍କୁ ନିରାଶ କରିବ ନାହିଁ ବୋଲି ଆଶାରେ ଅଛନ୍ତି କିରଣ ।

ଅଧ୍ୟାପକ ତ୍ରିନାଥ ପାତିକା ମଧ୍ୟ ବିଧାୟକ ହେବାର ସ୍ବପ୍ନ ଦେଖୁଛନ୍ତି । 2019 ନିର୍ବାଚନ ବେଳେ ଦଳୀୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବା ବେଳେ ତ୍ରିନାଥଙ୍କ ନାମ ବିଚାରକୁ ନିଆଯାଇଥିଲା । ଶୁଣିବାକୁ ମିଳେ ତ୍ରିନାଥଙ୍କୁ ଟିକଟ କରାଇବା ଦେବା ପାଇଁ ଜିଲ୍ଲା ଓ ରାଜଧାନୀ ନେତା ଭରସା ଦେଇଛନ୍ତି । ଏହି ଆଶାୟୀ ତାଲିକାରେ ପୁରୁଣାଙ୍କ ସହିତ ଜଣେ ନୁଆଁ ଯୋଡି ହୋଇଛନ୍ତି । ଆଉ ସେ ହେଉଛନ୍ତି ଇଂଜିନିୟର ନବଘନ ଖିଲ । ନବଙ୍କ ଆକଳନ ଦଳ ଏବେ ନୁଆଁ ଚେହେରା ଓ ଯୁବକଙ୍କୁ ଗୁରୁତ୍ବ ଦେଉଛି  । ତେଣୁ ତାଙ୍କୁ ମଧ୍ୟ ସୁଯୋଗ ମିଳିପାରେ ।

ଏ ସମସ୍ତଙ୍କୁ ବାଦ୍ ଦେଲେ କୋରାପୁଟ ପୌର ଅଧ୍ୟକ୍ଷ ଲଲାଟ ରଂଜନ ସେଠୀ ମଧ୍ୟ ଆଶାୟୀ ରହିଥିବା ଚର୍ଚା ହେଉଛି । ଯୁବ ସଂଗଠକ ହିସାବରେ ପତିଆରା ରଖିଥିବା ଲଲାଟ ରଂଜନ 2019ରେ ମଧ୍ୟ ଦଳୀୟ ଟିକଟ ପାଇଁ ଲଢେଇ ଜାରି ରଖିଥିଲେ । କିନ୍ତୁ ସେଥିରେ ବିଫଳ ହୋଇଥିଲେ । ପରେ ଦଳ ତାଙ୍କୁ ପୌରାଧ୍ୟକ୍ଷ ପ୍ରାର୍ଥୀ କରିଥିଲା । ଦଳର ଜିଲ୍ଲା ସଂଗଠନରେ ଦାୟୀତ୍ବରେ ରହିଥିବା ଲଲାଟ ଗୋଟିଏ ସୋପାନ ଅତିକ୍ରମ କରିବା ପରେ ଏବେ ବିଧାୟକ ହେବା ପାଇଁ ବାଟ ଫିଟିଥିବା ତାଙ୍କ ସମର୍ଥକ ଆକଳନ କରୁଥିବା ଚର୍ଚା ହେଉଛି ।

Leave a Reply

Your email address will not be published. Required fields are marked *