ଯୁକ୍ତଦୁଇ ଓ ଯୁକ୍ତତିନି କଟଅପ୍ ମାର୍କ ତାଲିକାରେ ନାହିଁ ବିକ୍ରମଦେବ କଲେଜ

ଜୟପୁର: ବିକ୍ରମଦେମ କଲେଜରେ ଦିନକୁ ଦିନ ଗୁଣାତ୍ମକ ଶିକ୍ଷାର ମାନ ତଳକୁ ଖସୁଛି । ଭଲ ପାଠ ପଢା ପାଇଁ ସାରା ରାଜ୍ୟରେ ନାଁ କରିଥିବା ଏହି କଲେଜରୁ ଆଉ ମେଧାବୀ ଛାତ୍ରଛାତ୍ରୀ ବାହାରୁ ନାହାଁନ୍ତି । ରାଜ୍ୟସ୍ତରରେ ଯୁକ୍ତଦୁଇ ଓ ଯୁକ୍ତତିନି କଟଅପ୍ ମାର୍କ ବା ମେଧାତାଲିକାରେ କଲେଜର ସ୍ଥାନ ରହୁଥି‌ଲା। ଏଠାରେ ପାଠ ପଢ଼ିବା ପାଇଁ ଭଲ ମାର୍କ ଓ ମେଧାତାଲିକାରେ ସ୍ଥାନ ପାଉଥିବା ପିଲା ଆଗ୍ରହ ପ୍ରକାଶ କରୁଥିଲେ। କିନ୍ତୁ ଏବେ ସ୍ଥିତି ବଦଳି ଯାଇଛି  । ଏହି ବର୍ଷ ଯୁକ୍ତଦୁଇ ମେଧାତାଲିକାରେ ବିକ୍ରମଦେବ ହାୟରସେକଣ୍ଡରୀ ସ୍କୁଲ ନଥିଲା। ବିକ୍ରମଦେବ ବିଶ୍ବବିଦ୍ୟାଳୟ ହେବା ପରେ ମେଧାତାଲିକାରେ ଏହାର ସ୍ଥାନ ମିଳିବ ବୋଲି ଆଶା କରାଯାଉଥିଲା। ତେବେ ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ନାଁ ଗନ୍ଦ ଏଥିରେ ନଥିବା ବେଳେ ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ନାଁ ଏହି ତାଲିକାରେ ନାହିଁ। ଏହା ଜାଣିବା ପରେ ପ୍ରଶ୍ନ ଉଠିଛି କଲେଜର ଏଭଳି ଅବସ୍ଥା ପାଇଁ ଦାୟୀ କିଏ ?

ଯୁକ୍ତତିନିର ପ୍ରଥମ ପର୍ଯ୍ୟାୟ ନାଁ ଲେଖା ୧୮ତାରିଖରୁ ଆରମ୍ଭ ହୋଇଛି। ତେବେ ଅଧିକାଂଶ ଅଭିଭାବକ ବିକ୍ରମ ଦେବ କଲେଜ ବିଶ୍ବବିଦ୍ୟାଳୟ ‌ଘୋଷଣା ହେବା ପରେ ସମ୍ମୁଖ ବୋର୍ଡ ପରିବର୍ତ୍ତନ ହୋଇ ନଥିବାକୁ ନେଇ ପିଲାଙ୍କ ଆଡମିସନକୁ ନେଇ ସନ୍ଦେହର ଦୋଛକିରେ ରହିଛନ୍ତି। ବିଶ୍ବବିଦ୍ୟାଳୟ ନାଁ ସ୍ବୟଂଶାସିତ ମହାବିଦ୍ୟାଳୟ ତାହାକୁ ନେଇ ତର୍ଜମା କରୁଛନ୍ତି। ରାଜ୍ୟସରକାର ଲୋକଙ୍କ ମନରେ ରହିଥିବା ସନ୍ଦେହକୁ ଦୁର କରିବା ପାଇଁ ତୁରନ୍ତ ୪ ବୈଧାନିକ ଅଧିକାରୀ ପଦବୀ ତୁରନ୍ତ ନିଯୁକ୍ତି ଦେବା ସହ ବିଶ୍ବବିଦ୍ୟାଳୟର ସବୁ ପ୍ରକ୍ରିୟା ଆରମ୍ଭ କରାଯିବା ଉଚିତ୍ ବୋଲି ଶିକ୍ଷାବିତ୍ ମତ ଦେଇଛନ୍ତି ­ ।

ସୂଚନା ଯୋଗ୍ୟ ଯେ, ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଯୁକ୍ତତିନି ପ୍ରଥମ କଟଅଫ୍‌ରେ ପ୍ରାଣୀବିଜ୍ଞାନ ସମ୍ମାନ ସର୍ବାଗ୍ରେ ୭୮.୨ପ୍ରତିଶତ ରହିଛି। ସେଭଳି ପଦାର୍ଥ ବିଜ୍ଞାନ ୭୫.୨, ରସାୟନ ବିଜ୍ଞାନ ୭୪.୪, ଗଣିତରେ ୭୨.୭, ଷ୍ଟାଟିଷ୍ଟିକ୍ସ ୫୧.୮, ଉଦ୍ଭିଦ ବିଜ୍ଞାନରେ ୭୩, କମ୍ପ୍ୟୁଟର ବିଜ୍ଞାନରେ ୭୧.୫ ପ୍ରତିଶତ କଟ୍ ଅଫ୍ ମାର୍କ ରହିଛି। ଯୁକ୍ତତିନି କଳା ଭୁଗୋଳ ସମ୍ମାନ ସାଧାରଣ ବର୍ଗ ୬୮.୭ ପ୍ରତିଶତ, ଇଂରାଜୀରେ ୭୨.୫, ଇତିହାସରେ ୬୫.୩, ଓଡିଆରେ ୬୪.୫, ରାଜନିତୀ ବିଜ୍ଞାନରେ ୭୩.୫, ଫିଲେସଫିରେ ୫୪, ସୋସିଓଲୋଜିରେ ୬୧.୫, ଆନ୍ଥ୍ରୋପୋଲଜିରେ ୫୩.୭, ଅର୍ଥନିତୀରେ ୭୦.୨, ଶିକ୍ଷାଶାସ୍ତ୍ରରେ ୬୬.୮ ପ୍ରତିଶତ ରହିଛି।

ବାଣିଜ୍ୟରେ ୬୨.୩ ରହିଥିବା ସୂଚନା ମିଳିଛି। ଏଥିରେ ଅନୂସୂଚିତ ଜାତି, ଅନୂସୂଚିତ ଜନଜାତି, ଭିନ୍ନକ୍ଷମ ଆଦି ବର୍ଗ ପାଇଁ କଟ୍ ଅଫ୍ ମାର୍କ ଅଲଗା ରହିଥିବା ସୂଚନା ମିଳିଛି। ଯଦିଓ ରାଜ୍ୟସ୍ତରୀୟ ମେଧାତାଲିକାରେ ଯୁକ୍ତଦୁଇ ବିକ୍ରମ ଦେବ ହାୟର ସେକଣ୍ଡରୀ ସ୍କୁଲ ନାଁ ନଥିଲେ ହେଁ ଜିଲ୍ଲା‌ରେ ନାଁରେ ଲେଖାରେ ଅଗ୍ରରେ ରହିଛି। କଳାରେ ୩୨୦ରୁ ୨୨୫, ବିଜ୍ଞାନରେ ୩୨୦ରୁ ୧୫୮ ଓ ବାଣିଜ୍ୟରେ ୨୫୬ରୁ ୧୭୯ ପିଲା ନାଁ ଲେଖାଇଛନ୍ତି।

You may also like...

Leave a Reply

Your email address will not be published. Required fields are marked *