ରାମ ମନ୍ଦିରରୁ ଚୋରି
କୋରାପୁଟ- ଲକ୍ଷ୍ମୀପୁର ରାମ ମନ୍ଦିରରୁ ଚୋରି ହୋଇଥିବା ନେଇ ଗତ ବୁଧବାର ଦିନ ଅଭିଯୋଗ ହୋଇଛି ମନ୍ଦିର ପୂଜାରୀ ଚୋରି ସଂପର୍କରେ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ଅନୁସାରେ 3ଟି ରୁପା ମୁକୁଟ, ରୁପା ଗ୍ଲାସ ଓ ରୁପା ଢାଳ ଚୋରି ହୋଇଛି । ମଙ୍ଗଳବାର ସଂଧ୍ୟାରେ ଆଳତୀ ସାରି ପୁୂଜାରୀ ମନ୍ଦିର ତାଲା ଦେଇଥିଲେ । ବୁଧବାର ଆସି କବାଟ ଖୋଲିବା ପରେ ଏହି ଚୋରି ସଂପର୍କରେ ସେ ଜାଣି ପାରିଥିଲେ । ମନ୍ଦିର ପରିଚାଳନା କମିଟିକୁ ଜଣାଇବା ପରେ ପରବର୍ତୀ ପଦକ୍ଷେପ ନିଆଯାଇଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୁଚନା ରହିଛି ।