ପୋଲ ଉପରୁ ସ୍କୁଟି ଉଦ୍ଧାର କଲା ପୋଲିସ, ଚାଳକ ନିଖୋଜ
କୋରାପୁଟ: ପୋଲ ଉପରେ ସ୍କୁଟି ଅଛି । ହେଲେ ଏହାକୁ ଚଳାଇ ସେଠାକୁ ଯାଇଥିବା ସେମିଳିଗୁଡାର ପି ସନ୍ତୋଷ ନିଖୋଜ ଅଛନ୍ତି । କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନା ଅନ୍ତର୍ଗତ ଘାଟଗୁଡ଼ାସ୍ଥିତ କୋଲାବ ପୋଲ ଉପରୁ ବୁଧବାର ସନ୍ଧ୍ୟାରେ ପୁଲିସ ଏକ ସ୍କୁଟି ଉଦ୍ଧାର କରିଛି। ଉକ୍ତ ସ୍କୁଟି ସେମିଳିଗୁଡ଼ା ଡାକଘରେ କାର୍ଯ୍ୟରତ ପି. ସନ୍ତୋଷ କୁମାରଙ୍କ ବୋଲି ପ୍ରାଥମିକ ତଦନ୍ତ ପରେ ପୁଲିସ ଜାଣିବାକୁ ପାଇଛି। ତେବେ ସନ୍ତୋଷଙ୍କ ଦେଖା ମିଳୁନଥିବାରୁ ସେ ନଦୀକୁ ଡେଇଁ ଦେଇଛନ୍ତି ନା କେଉଁଆଡ଼େ ଚାଲି ଯାଇଛନ୍ତି ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।